‘ବିଜେଡି ଏକ ଦାସତ୍ୱ ପାର୍ଟି, ସେ ଦଳର ଆୟୁଷ ବହୁତ କ୍ଷୀଣ’

‘୨୯ ପର୍ଯ୍ୟନ୍ତ ରହିବନି ବିଜେଡି’

ବିଜେଡିକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବିଜେଡିର ଆୟୁଷ ବହୁତ କ୍ଷୀଣ । ମୋର ସନ୍ଦେହ ହେଉଛି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡ଼ିଥିବା କହୁଛନ୍ତି । ସେହିପରି ବିଜେଡିର ନେତୃତ୍ୱକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ଜୟନାରାୟଣ । ସେ କହିଛନ୍ତି- ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍‌ କରିବ, କିଏ ନେତୃତ୍ୱ ନେବ ଏ ସବୁ କଥାକୁ ନେଇ ବିଜେଡି ନେତାମାନେ ଏବେ ବହୁତ ଚିନ୍ତିତ ଅଛନ୍ତି । ବିଜେଡିର ଅସ୍ତିତ୍ୱ ପ୍ରତି ସନ୍ଦେହ ଜାତ ହେଉଛି । ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜରେ ଦେଇଥିଲେ, ସେଥିପାଇଁ ଇଏ ପରିସ୍ଥିତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହି ପାରୁ ନାହାନ୍ତି । ତାଙ୍କ ଭିତରେ କ’ଣ ବାୟୋଲୋଜି ଓ କେମେଷ୍ଟ୍ରି କ’ଣ ଅଛି କେଜାଣି । ଏବେ ବି ସବୁବେଳେ ନବୀନ ନିବାସରେ ପାଣ୍ଡିଆନ ରହୁଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *