ତାମିଲନାଡୁର ଶରଣରେ ବିଜେଡି: ସୁକାନ୍ତ ପାଣିଗ୍ରାହୀ
ନବୀନଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ । ନବୀନଙ୍କ ଆଭିମୁଖ୍ୟକୁ କାଉଣ୍ଟର କଲେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି’ । ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି, ଆତ୍ମସମୀକ୍ଷା କରିବା ଦରକାର । ଡିଲିମିଟେସନ୍ ପାଇଁ କୌଣସି ଗାଇଡଲାଇନ୍ ଆସିନି ।ଡିଲିମିଟେସନ ନିୟମିତ ପ୍ରକ୍ରିୟା, ନବୀନ ନଈ ନ ଦେଖି ଲଙ୍ଗଳା ହେଉଛନ୍ତି’ ।ଏହାଦ୍ବାରା ଓଡ଼ିଶାର କ୍ଷତି ହେବନି, ଲାଭ ହେବ ବୋଲି କହିଛନ୍ତି ସୁକାନ୍ତ ପାଣିଗ୍ରାହୀ । ବିଜେଡି ବିରୋଧ କରୁଛି, ଅର୍ଥାତ ବିଜେଡି ଓଡ଼ିଶା ବିରୋଧୀ’ । ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ-ବିଜେଡି ଅଘୋଷିତ ମେଣ୍ଟ’ ।
