ବିଜେଡିର ରାଜନୈତିକ ବ୍ୟାପାର କମିଟି ଗଠିତ

ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କଲା ବିଜେଡି

ବିଜେଡିର ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି ।   ୧୦ ଜଣିଆ କମିଟି ଗଠନ କରାଯାଇଛି ।  ଏହାର ଅଧ୍ୟକ୍ଷ ଅଛନ୍ତି ନବୀନ ପଟ୍ଟନାୟକ ।  ସମସ୍ୟଙ୍କ ମଧ୍ୟରେ ଅଛନ୍ତି ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଣି, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ର । ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କଲା ବିଜେଡି । ବିଜେଡିର ସାଂଗଠନିକ ନିର୍ବାଚନ ପରେ ୧୫ ଜଣ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ଦିଆଯାଇଛି । ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ରହିଛନ୍ତି । ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି । ଉପସଭାପତି ତାଲିକାରେ ପ୍ରଣବପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା,  ଓ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ସ୍ଥାନ ପାଇଛନ୍ତି ।

ବିଭିନ୍ନ ଶାଖା/ସେଲ୍‌ ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ଦାୟିତ୍ବ ପ୍ରଦାନ କରାଯାଇଛି । ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ସେହିପରି ଆଦିବାସୀ ସେଲ୍‌ କଥା ବୁଝିବେ ମଙ୍ଗଳା କିଷାନ । ବରିଷ୍ଠ ନାଗରିକ ସେଲ୍‌ ଦାୟିତ୍ୱ ଦେବାଶିଷ ସାମନ୍ତରାୟଙ୍କୁ ଦିଆଯାଇଥିବା ବେଳେ ଓବିସି ସେଲ୍‌ ଦାୟିତ୍ୱରେ ଅଛନ୍ତି ଅରୁଣ ସାହୁ ।

ଏସ୍‌ସି ବା ଅନୁସୂଚୀତ ଜାତି ସେଲ୍ ଦାୟିତ୍ବ ସମ୍ଭାଳିବେ ମହେଶ ସାହୁ । ଦିଲ୍ଲୀପ ତିର୍କୀ ସଂଖ୍ୟାଲଘୁ ସେଲ୍ ଆବାହକ ହୋଇଛନ୍ତି । ୩୫ ଜଣଙ୍କୁ ଦଳର ସାଧାରଣ ସଂପାଦକ କରାଯାଇଛି ।ତେବେ ବିଜେଡିର ସାଂଗଠନିକ ସମ୍ପାଦକ ପଦରେ କାହାରିକୁ ଅବସ୍ଥାପିତ କରାଯାଇନାହିଁ । ପୂର୍ବରୁ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ସାଂଗଠନିକ ସମ୍ପାଦକ ପଦବୀ । ସାଂଗଠନିକ ସମ୍ପାଦକ ପଦରେ ଥିଲେ ପ୍ରଣବ ପ୍ରକାଶ ଦାସ ।ଏଥର ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ଉପସଭାପତି ପଦ । ସେହିପରି କେନ୍ଦୁଝର ସାଙ୍ଗଠନିକ ଜିଲ୍ଲା ସଭାପତି ହେଲେ ଆଶିଷ ଚକ୍ରବର୍ତ୍ତୀ । 

ଭୁବନେଶ୍ବର ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା ।  ପ୍ରଦ୍ୟୁମ୍ନ ତ୍ରିପାଠୀ ହେଲେ ବିଜେଡିର ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାପତି ।  ମୟୂରଭଞ୍ଜ-୨ ସଭାପତି ହେଲେ ଦେବାଶିଷ ମାର୍ଣ୍ଡି ।  ରୋହିତ ପୂଜାରୀ ହେଲେ ସମ୍ବଲପୁର ଜିଲ୍ଲା ସଭାପତି ।  ବଲାଙ୍ଗିର ଜିଲ୍ଲା ସଭାପତି ହେଲେ ସରୋଜ କୁମାର ମେହେର  ହୋଇଛନ୍ତି ।  ପୂର୍ବରୁ ୧୮ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା ବିଜେଡି ।