କଟିଲା ୫ ବିଧାୟକଙ୍କ ଟିକେଟ

କଟିଲା ଶଶୀ-ଅମର-ମିନାକ୍ଷୀ-ଜ୍ୟୋତି-ଭାଗିରଥିଙ୍କ ଟିକେଟ

ଷଷ୍ଠ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୯ ଟିକେଟରୁ ୫ ବିଧାୟକଙ୍କ ଟିକେଟ କଟିଛି । କଟିଲା ୫ ବିଧାୟକଙ୍କ ଟିକେଟ । କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିଛି ଦଳ । ଶଶୀ ବେହେରାଙ୍କ ସ୍ଥାନରେ ଗଣେଶ୍ୱର ବେହେରାକୁ ଟିକେଟ ଦେଇଛି । ଚମ୍ପୁଆରୁ ମିନାକ୍ଷୀ ମହାନ୍ତଙ୍କ ଟିକେଟ କାଟି ସନାତନ ମହାକୁଡ଼ଙ୍କ ଉପରେ ଭରସା କରିଛି ଦଳ । ସିମୁଳିଆରୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଟିକେଟ କାଟି ଶୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ । ବଡଚଣାରୁ ଅମର ଶତପଥୀଙ୍କ ଟିକେଟ କାଟି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ମିଳିଛି । ଆନନ୍ଦପୁରରୁ ଭାଗିରଥି ସେଠୀଙ୍କ ଟିକେଟ କଟିଛି । ଭାଗିରଥିଙ୍କ ସ୍ଥାନରେ ଅଭିମନୁ୍ୟ ସେଠୀଙ୍କୁ ଟିକେଟ ମିଳିଛି । ସେହିପରି ରେମୁଣାରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ବିଜେଡି । ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି ।