ଅମରେଶ ଜେନାଙ୍କ ନାଁରେ ସାଘାଂତିକ ଅଭିଯୋଗ
ଅମରେଶ ଜେନାଙ୍କ ନାଁରେ ସାଘାଂତିକ ଅଭିଯୋଗ । ଭୁବନେଶ୍ବର ମହାନଗର ନିଗମ କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରି ବିଏନଏସର ଦଫା- ୧୮୩ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏହାସହ କ୍ୟାପିଟାଲ୍ ହସ୍ପିଟାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ହୋଇଛି । ଏପଟେ ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି ।
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଅଭିଯୋଗ କରିଛନ୍ତି ଯୁବତୀ। ନାବାଳିକା ଥିବା ସମୟରେ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ।୨୦୨୩ରେ ରଜ ମହୋତ୍ସବ କାର୍ଯ୍ୟକ୍ରମରେ ଅମରେଶଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଫୋନ ଉପହାର ଦେବା ସହ ଭଲପାଉଥିବା କହିଥିଲେ ଅମରେଶ। ସେପ୍ଟେମ୍ବର ୨୦୨୩ରେ ପୁରୀରେ ଜଣେ ସାଙ୍ଗଘରକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ପତ୍ନୀଙ୍କ ସହ ଖୁସି ନଥିବା କହି ଭୂଆଁ ବୁଲାଉଥିବା ଅଭିଯୋଗ। ବାହା ହେବାକୁ କହି ଲଗାତାର ଶାରୀରିକ ସମ୍ପର୍କ ଅଭିଯୋଗ।
୨୦୨୪ ଫେବ୍ରୁଆରୀରେ ୨ ମାସର ଗର୍ଭବତୀ ହୋଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ପୀଡ଼ିତା। ଏକଥା ଜାଣିବା ପରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ପୀଡ଼ିତାଙ୍କୁ ବାହାଦେବାକୁ ଅମରେଶ କଥା ଦେଇଥିବା ଅଭିଯୋଗ। ବିବାହ ପ୍ରତିଶ୍ରୁତି ପାଇବା ପରେ ଗର୍ଭନଷ୍ଟ କରିଥିବା କହିଛନ୍ତି ପୀଡ଼ିତା। ୨୦୨୫ ଏପ୍ରିଲରେ ଗାଡ଼ିରେ ବୁଲାଇବା ବାହାନାରେ ଡାକି ନେଇ ଫୋନ ଛଡ଼ାଇ ନେଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ। କୌଣସି କଥାକୁ ବାହାରେ ପ୍ରଘଟ ନ କରିବାକୁ ଧମକ ଦେଇଥିବା ଅଭିଯୋଗ।
