ଏଫଏମ୍ କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି

ବାଲେଶ୍ଵରରେ ବିଜେଡି, କଂଗ୍ରେସର ପ୍ରତିବାଦ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା । ବାଲେଶ୍ୱରରେ ବିଜେଡି ପକ୍ଷରୁ ବିକ୍ଷୋଭ । କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି । ଫକୀର ମୋହନ ସାମ୍ନାରେ ବିଜେଡି ଯୁବ ଛାତ୍ର ପକ୍ଷରୁ ବିକ୍ଷୋଭ । କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ କଲେଜ କତୃପକ୍ଷ ଙ୍କ ବିରୋଧରେ ବିକ୍ଷୋଭ । ମୁଖ୍ୟ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସହ କୁଶ ପୁତ୍ତଳିକା ଦାହ କଲା ଯୁବ ଛାତ୍ର ବିଜେଡି ।

କଂଗ୍ରେସ ମଧ୍ୟ ବାଲେଶ୍ୱରରେ ପ୍ରତିବାଦ କରିଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରିଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ ।