ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ । ବିଜେଡିର ନୂଆପଡ଼ା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେଡିର ତମାମ ନେତା ତାଙ୍କ ସହିତ ଉପସ୍ଥିତ ଥିଲେ ।ସ୍ନେହାଙ୍ଗିନୀ ବିଜେଡି ପ୍ରାର୍ଥୀଏଥର ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ପ୍ରଥମରୁ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ । ଏହାପରେ ଚର୍ଚ୍ଚା ହେଲା ଯେ, ବିଜେଡିର ପ୍ରାର୍ଥୀ କିଏ ହେବ? ନୂଆପଡ଼ାର ଅନେକ ସ୍ଥାନୀୟ ନେତା ବିଜେଡିର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଲା, ହେଲେ ନିଜେ ପ୍ରାର୍ଥୀ ଖୋଜିବାକୁ ଯାଇଥିବା ସ୍ନେହାଙ୍ଗିନୀ ଛୁରିଆ କିନ୍ତୁ ହୋଇଯାଇଥିଲେ ବିଜେଡି ପ୍ରାର୍ଥୀ । ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ।