ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ବିଜେଡି ବନ୍ଦ ଡାକରା

୭ ତାରିଖରେ ପୁରୀ ବନ୍ଦ ଡାକରା

୭ ତାରିଖରେ ପୁରୀ ବନ୍ଦ ଡାକରା । ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ବିଜେଡି ୭ ତାରିଖ ଗୁରୁବାର ଦିନ ପୁରୀ ବନ୍ଦ ଡାକରା ଦେଇଛି। ୭ ତାରିଖ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପୁରୀ  ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ। ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପୋଲିସର ତଦନ୍ତ ଉପରେ ବିଜେଡି ପ୍ରଶ୍ନ ଉଠାଇଛି । ଘଟଣାର ସତ୍ୟାସତ୍ୟ ସରକାର ଶୀଘ୍ର ଉନ୍ମୋଚନ କରିବାକୁ ଦଳ ଦାବି କରିଛି ।