ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଆଉ ୯ସିଟରେ ପ୍ରାର୍ଥୀ ଘୋଷଣା କଲା ବିଜେଡି

ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜୁ ଜନତା ଦଳ । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଏହି ତାଲିକାରେ ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ବିରମିତ୍ରପୁର ରୋହିତ ଯୋଶେଫ ତିର୍କୀ, କେଉଁଝରରୁ ମୀନା ମାଝୀ, ରାଇରଙ୍ଗପୁର ରାଇସିଂ ମୁର୍ମୁ, ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ, ବାରବାଟୀ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଜୟଦେବରୁ ନବ କିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତୃତୀୟ ପର୍ଯ୍ୟାୟ ତାଲିକାରେ ଦଳ ୩ ଜଣଙ୍କୁ ରିପିଟ୍ କରିଥିବା ବେଳେ ୬ ସିଟରେ ନୂଆମୁହଁ ଦେଇଛି। ପୂର୍ବରୁ ଦଳ ୨୦ ଲୋକସଭା ଏବଂ ୯୯ଟି ବିଧାନସଭା ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା। ଆଜିର ତାଲିକାକୁ ମିଶାଇ ୧୦୮ରେ ପହଁଚିଛି ବିଧାନସଭା ପ୍ରାର୍ଥୀଙ୍କ ତାଲିକା। ଦଳର ଆଉ ୩୯ ଟି ସିଟ୍ ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି।