ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବାଲେଶ୍ୱର ଲୋକସଭା ଆସନରୁ ଲେଖାଶ୍ରୀ, ଭୁବନେଶ୍ୱର ମଧ୍ୟରୁ ଲଢ଼ିବେ ନାରାୟଣ ଜେନା

ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ବିଧାନସଭା ଏବଂ ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ବାଲିଗୁଡା ବିଧାନସଭା ଆସନରୁ ଚକ୍ରବର୍ତ୍ତୀ କହଁରଙ୍କ ପ୍ରାର୍ଥୀ କରାଯାଇଥିବା ବେଳେ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରଶନ୍ନ ଆଚାର୍ଯ୍ୟ, ରେଢାଖୋଲ ରୋହିତ ପୂଜାରୀ, ଲକ୍ଷ୍ମୀପୁର ପାଇଁ ପ୍ରଭୁ ଜାନିଙ୍କୁ ଦଳ ପ୍ରାର୍ଥୀ କରିଛି । ସେପଟେ ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ଏଥର ଦମୋଦର ରାଉତଙ୍କ ବୋହୂ ଗୀତାଞ୍ଜଳୀ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନର୍ଲା ପାଇଁ ମନୋରମା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ବିବାଦରେ ଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପୁଣି ଅନନ୍ତ ଜେନାଙ୍କ ଉପରେ ଭରସା କରିଛି । ତାଳଚେର ବିଧାନସଭା କ୍ଷେତ୍ର ପାଇଁ ବ୍ରଜକିଶୋର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ତେଲକୋଇ ପାଇଁ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଛି ।