ଆସିଲା ବିଜେଡି ପ୍ରାର୍ଥୀ ତାଲିକା

ଆଉ ୩ ଅସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି

୩ ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ। ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ ଏବଂ ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ଦେଇଛି ଦଳ। ଆଜି ଘୋଷିତ ୩ ଆସନରୁ ୨ ବିଧାୟକଙ୍କ ଟିକେଟ କଟିଲା। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଟିକେଟ କଟିଲା। ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକେଟ କଟିଲା। ନିଜ ପୁଅ ପାଇଁ ଟିକେଟ ଲବି କରୁଥିଲେ ଅନନ୍ତ ଦାସ। ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ମୋଟ ୧୪୪ ସିଟ୍‌ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।