ସମନ ପରେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ

ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବିଷ୍ଣୁପଦ

ସିବିଆଇ ସମନ ପରେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ । ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବିଷ୍ଣୁପଦ । ୧୧ରୁ ୧୩ ତାରିଖ ଯାଏଁ ଅଶୋକ ହୋଟେଲରେ ଥିଲେ ବିବାଦୀୟ ଆଇଏଏସ ଅଫିସର । ୧୧ ତାରିଖରେ ହାଜର ପାଇଁ ସମନ ହୋଇଥିଲା । ବାରମ୍ବାର ସମନ ସତ୍ତ୍ୱେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି ।

ଏହାଭିତରେ ଆଜି ସିବିଆଇରେ ହାଜର ହେବାକୁ ପୁଣିଥରେ ବିଷ୍ଣୁପଦଙ୍କୁ ସମନ ମିଳିଥିବା ସୂଚନା ମିଳିଛି । ଅନ୍ୟପଟେ ୩ ଅଭିଯୁକ୍ତଙ୍କ ରିମାଣ୍ଡ ସରିବା ପରେ ବି ଖୋଳତାଡ଼ ଜାରି ରଖିଛି ସିବିଆଇ । ଗତକାଲି ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଏମ୍ ବିକେ ସିଂଙ୍କୁ ଜେରା କରାଯାଇଛି । ଗତ ୫ ତାରିଖରେ ବିଷ୍ଣୁପଦ ସେଠୀ ଏବଂ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଏଏଗ ଚଞ୍ଚଲ ମୁଖାର୍ଜୀଙ୍କ ସାକ୍ଷାତ ସମୟରେ ବିକେ ସିଂ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *