ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା

ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ, ସମ୍ବଲପୁରରେ ପକ୍ଷୀଗଣନା

ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ, ସମ୍ବଲପୁରରେ ପକ୍ଷୀଗଣନା । ଭିତରକନିକାରେ ୫ଟି ରେଞ୍ଜରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବଣାଇ ଡିଭିଜନର ୭ଟି ରେଞ୍ଜରେ ୧୮ଟିମ, ଚିଲିକାର ୫ଟି ରେଞ୍ଜରେ ୨୧ଟିମ ଦ୍ୱାରା ପକ୍ଷୀଗଣନା ଜାରି ରଖିଛନ୍ତି । ସମ୍ବଲପୁର ହୀରାକୁଦ ଡ୍ୟାମରେ ୩୨ଟି ଟିମ୍ ପକ୍ଷୀ ଗଣନା କରୁଛନ୍ତି । ପୁରୀ ବନଖଣ୍ଡ ୫ଟି ରେଞ୍ଜରେ ୨୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ଚିଲିକାରେ ୱାଇଲ୍ଡ ଲାଇଫ ଓଡ଼ିଶା ଓୟୁଟି ଭୁବନେଶ୍ୱରର ପ୍ରାଣୀ ଚିକିତ୍ସକ, ବମ୍ବେ ନେଚର୍ ସୋଷାଇଟ ସଦସ୍ୟ, ଛାତ୍ର ଛାତ୍ରୀ ଏବଂ ବନ ବିଭାଗର କର୍ମଚାରୀ ମାନେ । ସିଡିଏର କର୍ମଚାରୀ ମାନେ ସାମିଲି ହୋଇଛନ୍ତି । ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଆରମ୍ଭ ହୋଇଛି ପକ୍ଷୀ ଗଣନା ।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ସନ୍ଧ୍ୟା ୫ଟାରେ ସରିବ । ଏଥିପାଇଁ ୨୧ଟି ସେକ୍ଟର କରାଯାଇଥିବା ବେଳେ ଜଳଭଣ୍ଡାରରେ ୫୩୩ବର୍ଗ କିଲୋମିଟର ଯାଏଁ ଏହି ଗଣନା କରାଯିବ । ସେହିପରି ପାଓ୍ୱାର କେନାଲର ୫.୭ ବର୍ଗ କିଲୋମିଟର ଏଥିରେ ସାମିଲ ରହିଛି । ଚଳିତ ଥର ମଧ୍ୟ ଛତିଶଗଡ ସୀମାର ସୁଖାସୋଢା ଓ ଅନ୍ତରାଡି ଯାଏ ଯାଏଁ ଏହି ଗଣନା କରାଯାଉଛି । ୩୨ଟି ବୋଟ୍ ମାଧ୍ୟମରେ ୩୨ଟି ଗ୍ରୁପ କରାଯାଇଥିବାବେଳେ ୭୦ଜଣ ସାମିଲ ହୋଇଛନ୍ତି । ୨୦୨୧ ମସିହାରେ ୯୮ ପ୍ରଜାତିର ୧ଲକ୍ଷ ୨୪ ହଜାର ପକ୍ଷୀ, ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ଲକ୍ଷ ୮ହଜାର ପକ୍ଷୀ ଓ ୨୦୨୩ ମସିହାରେ ୧୦୮ ପ୍ରଜାତିର ୩ଲକ୍ଷ ୧୬ ହଜାର ପକ୍ଷୀ ଆସିଥିବା ଜଣାପଡିଛି । ତେବେ ଚଳିତ ୨୦୨୫ରେ ଏହି ସଂଖ୍ୟା ବଢିବା ନେଇ ଆକଳନ କରାଯାଉଛି ।