୧୮ ରୁ ଚିଲିକାରେ ହେବ ପକ୍ଷୀ ଗଣନା

୧୮ ରୁ ଚିଲିକାରେ ହେବ ପକ୍ଷୀ ଗଣନା

ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା । ୫ଟି ରେଞ୍ଜରେ ମୋଟ ୨୨ଟି ଟିମ୍ କରିବେ ଗଣନା । ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ାରେ କରିବେ ଗଣନା । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ହେବ ଡଲଫିନ୍‌ ଗଣନା । ୧୮ଟି ଟିମ୍‌ରେ ୯୦ଜଣ ବାଲୁଗାଁ ଓ ସାତପଡ଼ାରେ କରିବେ ଗଣନା । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ। ଏହି ଆଧାରରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ନିମନ୍ତେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, ଓୟୁଏଟି ଭୁବନେଶ୍ୱର ବିଶେଷଜ୍ଞ ଛାତ୍ରୀଛାତ୍ର,ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *