ପୋଲସରାରେ ନିଯୁକ୍ତ ହେଲେ ନୂଆ ବିଡିଓ

ନୂତନ ବିଡ଼ିଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ‘ବିପଦର ବନ୍ଧୁ’

ପୋଲସରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ କୁମାର ଜାନୀଙ୍କୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ର ସଦସ୍ୟ ମାନେ । ସଂଗଠନ ସଦସ୍ୟ ମାନେ ବିଡ଼ିଓଙ୍କୁ ଭେଟି ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ବିଡ଼ିଓଙ୍କୁ ନିବେଦନ କରିଛନ୍ତି । ବିପଦର ବନ୍ଧୁ ସଂଗଠନ ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ। ମୁଖ୍ୟତଃ ରକ୍ତ ଅଭାବକୁ ଦୂର କରିବା ସହ ଗରିବ ମେଧାବୀ ପିଲାଙ୍କ ପଠାପଢା ଦିଗରେ ଏହି ସଂଗଠନ ସହାୟତା କରିଆସୁଛନ୍ତି । ଆଗାମୀ ଦିନରେ କିଭଳି ପୋଲସରାର ଉନ୍ନତି ହେବ ସେନେଇ ସଂଗଠନର ସଦସ୍ୟ ମାନେ ବିଡ଼ିଓଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାସହ ନୂତନ ନିଯୁକ୍ତି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।