୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ

ବିନ୍ଦୁ ସାଗର ହେବ ହେରିଟେଜ୍ ହ୍ରଦ

ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ । ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି ।ପାର୍କିଂ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ହେବ । ବିନ୍ଦୁ ସାଗରକୁ ଏକ ସୁନ୍ଦର ହେରିଟେଜ୍ ହ୍ରଦ କରାଯିବ। ୨ଟି ନୂଆ ପ୍ରକଳ୍ପ ମିଶିଛି, ବଜେଟ ଆହୁରି ବଢିବ ବୋଲି କହିଛନ୍ତି ମନ୍ତ୍ରୀ । ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି । ପୁରୁଣା ଏଜେନ୍ସି କାମ କରିବାକୁ ଚାହିଁଲାନି, ନୂଆ ଏଜେନ୍ସି କାମ କରିବ ।

Leave a Reply

Your email address will not be published. Required fields are marked *