କୋଟିପତି ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ
କୋଟିପତି ଡେପୁଟି ରେଞ୍ଜର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଜୟପୁର ଓ ଭୁବନେଶ୍ବରର ୫ଟି ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍ । ଜୟପୁର ଏନ୍କେଟି ରୋଡ୍ରେ ଥିବା ୪୦୦୦ ବର୍ଗଫୁଟର ୩ ମହଲା କୋଠା ଓ ଜୟପୁର ଗୋଲଡେନ୍ ହାଇଟ୍ସ ଆପାର୍ଟମେଣ୍ଟରେ ଚଢ଼ଉ କଲା ବେଳେ ଆଚମ୍ବିତ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ଆପାର୍ଟମେଣ୍ଟର ୫୧୦ ଓ ୫୧୧ ନଂବର ରୁମ୍ରେ ଛାନଭିନ୍ ପରେ ୫୧୦ ନଂ ରୁମ୍ରୁ ଏକ ଗୁପ୍ତ ଟ୍ରେଜେରି ମିଳିଥିଲା। ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ପୁଳାପୁଳା ଟଙ୍କାବିଡ଼ା ସହିତ ୪ଟି ସୁନା ବିସ୍କୁଟ, ୧୦ ଗ୍ରାମ୍ ଓଜନର ୧୬ଟି ସୁନା କଏନ୍, ସୁନା ହାର, ଚୁଡ଼ି, ମାଳି, ମଙ୍ଗଳସୂତ୍ର ଭଳି ବହୁ ଦାମୀ ଅଳଙ୍କାର ସାମଗ୍ରୀ ଭିଜିଲାନ୍ସ ଜବତ କରିଥିଲା।
