ପୋଲସରା ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା

ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ବାମୀ ଗୁରୁତର

ଗଞ୍ଜାମ ଜିଲ୍ଲା ପୋଲସରା ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି l ଉଭୟ ସ୍ଥାନୀୟ ନିଗମ ନଗର ସାହିର ହୋଇଥିବା ଜଣାପଡିଛି । ଗୁରୁତର ଆହାତ ହୋଇଛନ୍ତି ସ୍ୱାମୀ ଶ୍ରୀକାନ୍ତ ମହାରଣା ଓ ପ୍ରାଣ ହରାଇଥିବା ପତ୍ନୀ ହେଉଛନ୍ତି ସୁମତି ମହାରଣା l ଉଭୟ ନିଜ ମୋଟର ସାଇକଲ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ l ସେଠାରୁ ଉଭୟଙ୍କୁ ଉଦ୍ଧାରକରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସୁମତି ଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଗୁରୁତର ଆହାତ ଶ୍ରୀକାନ୍ତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଜଣା ଗାଡିଧକା ନା ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି ତାର ତଦନ୍ତ ଆରମ୍ଭ କରିଛି ପୋଲସରା ପୋଲିସ l