JNUରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର

JNUରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର

ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ଜେ.ଏନ୍‌.ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଜେଏନୟୁରେ ଓଡ଼ିଆ ପାଠ୍ୟ ବିଷୟ ଅଧ୍ୟୟନ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ରାଜ୍ୟ ସରକାର ଏକକାଳୀନ ୧୦ କୋଟି ଟଙ୍କା ସହାୟତା ଦେବେ । ଏହି କେନ୍ଦ୍ର ଓଡ଼ିଆ ବିଷୟବସ୍ତୁ ଅଧ୍ୟୟନ ପାଇଁ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ କରିବ । ଏହାଛଡା ଏହି କେନ୍ଦ୍ରରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବ ଓ ଶାସନ, ଜଗନ୍ନାଥ ସଂସ୍କୃତି ଓ ପ୍ରାଚୀନ ଓଡିଆ ସାହିତ୍ୟର ଗ୍ରନ୍ଥାବଳୀ ସମ୍ପର୍କିତ ଅଧ୍ୟୟନର ବ୍ୟବସ୍ଥା ରହିବ ।