୨୦୨୫ରେ ସର୍ବକାଳୀନ ରେକର୍ଡ, ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ
ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି। କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଯାତ୍ରୀଙ୍କ ଏହି ଯାତାୟାତରେ ଦେଶରେ ୧୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ୭ କୋଟି ଯାତ୍ରୀଙ୍କ ଯାତାୟାତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି। ଏବେ ଭୁବନେଶ୍ୱର ବିମାନବନ୍ଦରରୁ ମୋଟ୍ ୨୮ଟି ସ୍ଥାନକୁ ବିମାନ ଉଡ଼ାଣ କରୁଛି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସେବା ଯୋଗାଇ ଦେଉଥିବା ଏକ ବିମାନବନ୍ଦର। ଏହା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ। ଭାରତର ପ୍ରମୁଖ ବିମାନବନ୍ଦର ମଧ୍ୟରେ ଗଣନା କରାଯାଉଥିବା, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଭାରତର ୧୩ତମ ବ୍ୟସ୍ତବହୁଳ ବିମାନବନ୍ଦର।
