‘୨୦୨୯ ନିର୍ବାଚନ ବେଳକୁ ଆଉ ରହିବନି ବିଜେଡି’
ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ବଡ଼ ବୟାନ । ୨୦୨୯ ନିର୍ବାଚନ ବେଳକୁ ଆଉ ରହିବନି ବିଜେଡି । ଯାଜପୁରରୁ ଅୟମ ଆରମ୍ଭ, ସାରା ରାଜ୍ୟରେ ବିଜେଡି ଗାଏବ ହୋଇଯିବ । ଜଣେ ଜଣେ ବିଜେଡିରୁ ଖସୁଛନ୍ତି । ନେତୃତ୍ୱ ବିହୀନ ଦଳ ହୋଇଗଲାଣି ବିଜେଡି । ବିଜେପିର ନେତାଙ୍କ ସହିତ ବିଜେଡି ବିଧାୟକ ଟ୍ରାକରେ ଅଛନ୍ତି ବୋଲି କହିଛନ୍ତି ଯାଜପୁର ସାଂସଦ । ତାଙ୍କ ସହ ମଧ୍ୟ କିଛି ବିଧାୟକ ଟ୍ରାକରେ ଅଛନ୍ତି । ବ୍ୟକ୍ତି ବିଶେଷ ନାଁ ନେଉନି ହେଲେ ସମସ୍ତେ କେମିତି ଆସି ବିଜେପିରେ ଯୋଗଦେବେ ସେନେଇ ଟ୍ରାକରେ ଅଛନ୍ତି ବୋଲି ସାଂସଦ କହିଛନ୍ତି । ପ୍ରଥମେ ୧୬, ପରେ ୨୭, ବଢ଼ି ବଢି ୫୦ ହୋଇଯିବେ ସମସ୍ତେ ଲମ୍ଫ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ କହିଥିଲେ ୪ ଜୁନ ବିଜେଡି ସୁନ । ସେଇଟା ଯାଜପୁର ବାସୀ ଆରମ୍ଭ କରିଛନ୍ତି । ଏହାପରେ ସାରା ଓଡ଼ିଶାରେ ବିଜେଡି ପୁରା ଶୂନ ହୋଇଯିବ। ଦୁର୍ନୀତି ଭ୍ରଷ୍ଟାଚାର ଯାଜପୁରବାସୀ ଜବାବ ଦେବା ଆରମ୍ଭ କରିଛନ୍ତି ଓ ନିର୍ବାଚନ ପରେ ମଧ୍ୟ ଏହା ଚାଲିଛି ବୋଲି କହିଛନ୍ତି ଯାଜପୁର ସାଂସଦ ।