ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ
ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ନିଯୁକ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେପି । ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ନିର୍ବାଚନ ପ୍ରଭାରୀ ଘୋଷଣା କରିଛି ବିଜେପି । ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସୁଶ୍ରୀଲତା ଉସେଣ୍ଡିଙ୍କୁ ମଧ୍ୟ ଓଡ଼ିଶା ଦାୟିତ୍ୱ । ଉତ୍ତରପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଦାୟିତ୍ୱ । ବିହାର ପାଇଁ ବିନୋଦ ତାୱଡେ, ଦୀପକ ପ୍ରକାଶଙ୍କୁ ଦାୟିତ୍ୱ ମିଳିଛି । ପଞ୍ଜାବ ଓ ଚଣ୍ଡିଗଡ଼ ପାଇଁ ବିଜୟ ରୂପାନୀ, ହରିୟାଣା ପାଇଁ ବିପ୍ଲବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାଭେଡକରଙ୍କୁ ମିଳିଛି ନିର୍ବାଚନ ପ୍ରଭାରୀ ଦାୟିତ୍ୱ ।
ସେହିପରି ଆଣ୍ଡାମାନ ନିକୋବର ପାଇଁ ୱାଇ ସତ୍ୟକୁମାର, ଡାମନଡିଉ ପାଇଁ ପୁରନେଶ ମୋଦି, ଦୁଷ୍ମନ୍ତ ପଟେଲ ହେଲେ ପ୍ରଭାରୀ । ଅରୁଣାଚଳ ପାଇଁ ଅଶୋକ ସିଂହଲ, ଗୋଆ ପାଇଁ ଶ୍ରୀ ଆଶିଷ ସୁଦ, ହରିୟାଣା ପାଇଁ ଶ୍ରୀ ବିପ୍ଳବ କୁମାର ଦେ ଓ ଶ୍ରୀ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ଶ୍ରୀ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ଜମ୍ମୁକାଶ୍ମୀର ପାଇଁ ଶ୍ରୀ ତରୁଣ ଚୁଘ୍ ଓ ଶ୍ରୀ ଆଶିଷ ସୁଦଙ୍କୁ ଦାୟିତ୍ୱ ମିଳିଛି । ଝଡ଼ଖଣ୍ଡ ପାଇଁ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ଡା. ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡିଙ୍କ ଉପରେ ଦଳ ଦାୟିତ୍ୱ ଦେଇଛି ।
କେରଳ ପ୍ରକାଶ ଜାଭେଡକର, ଲଦାଖ ତରୁଣ ଚୁଘ୍, ଲାକ୍ଷାଦ୍ୱିପ ପାଇଁ ଅରବିନ୍ଦ ମେନନ୍, ମଧ୍ୟପ୍ରଦେଶ ପାଇଁ ଡା. ମହେନ୍ଦ୍ର ସିଂ ଓ ଶ୍ରୀ ସତୀଶ ଉପାଧ୍ୟାୟଙ୍କୁ ଦାୟିତ୍ୱ ମିଳିଛି । ପୁଡ଼ୁଚେରୀ ନିର୍ମଳ କୁମାର ସୁରାଣା, ପଞ୍ଜାବ ବିଜୟଭାଇ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦାୟିତ୍ୱ ଦେଇଛି ଦଳ । ସେହିପରି ସିକିମ୍ ପାଇଁ ଡା. ଦିଲ୍ଲୀପ ଜୟସ୍ୱାଲ ଓ ତାମିଲ ନାଡ଼ୁପାଇଁ ଅରବିନ୍ଦ ମେନନ୍ ଓ ସୁଧାକର ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି । ଉତ୍ତରାଖଣ୍ଡ ପାଇଁ ବିଜେପି ଦୁଷ୍ମନ୍ତ କୁମାର ଗୌତମ ଓ ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବିୟ ଓ ସୁଶ୍ରୀ ଆଶା ଲକଡାଙ୍କୁ ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି ।