ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗରେ ଉତ୍ତର ରଖିଲା ବୈଜୟନ୍ତଙ୍କ ଅଫିସ

‘ଓଡ଼ିଆ ବୁଝୁଥିଲେ କଦର୍ଥ କରନ୍ତେନି’

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ କିଛି କୁହାଯାଇନଥିବା ସ୍ପଷ୍ଟ କଲା ଅଫିସ୍‌ । ବିଜେଡିର ତାମିଲ ବାବୁ ଜଣକ ଆଜି ପୁଣି ଥରେ ମନ୍ତବ୍ୟକୁ କଦର୍ଥ କରିଛନ୍ତି ବୋଲି ପ୍ରତିକ୍ରିୟା ମିଳିଛି । ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କରେ କହିଥିବା ସେ କହି କଦର୍ଥ କରିଛନ୍ତି । ସେ ଓଡ଼ିଆ ବୁଝିପାରୁଥିଲେ ସିଏମ୍‌ଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି କୁହାଯାଇନଥିବା ବୁଝିଥାନ୍ତେ । ବୈଜୟନ୍ତ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଅଣଓଡ଼ିଆ ନିୟନ୍ତ୍ରଣ କରୁଛନ୍ତି । ପ୍ରକୃତ ଭିଡିଓ ବଦଳରେ ସେ ମୁଖ୍ୟମନ୍ତ୍ରୀଙ୍କ ଡିପ୍‌ଫେକ୍‌ ଭିଡିଓ ଦେଖାଉଛନ୍ତି ବୋଲି ଅଫିସ୍ ତରଫରୁ ପ୍ରତିକ୍ରିୟାରେ କୁହାଯାଇଛି ।ତେବେ ବିଜେଡି କଦର୍ଥ କରି ଗଲାକାଲିଠୁ ବୈଜୟନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଟିପ୍ପଣୀ କରୁଛି । ଏସବୁ ଘଟଣାର ଗୋଟିଏ ମାତ୍ର ସମାଧାନ ଅଛି କହିଲା ବୈଜୟନ୍ତଙ୍କ ଅଫିସ । ପ୍ରଧାନମନ୍ତ୍ରୀ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସନ୍ତୁ, ସବୁ ସ୍ପଷ୍ଟ ହେବ ବୋଲି ଅଫିସ୍ କହିଛି । ପବ୍ଲିକ ଫୋରମ ଆସି ଓଡ଼ିଶାର ଜିଲ୍ଲା ନାଁ କହନ୍ତୁ, ସବୁ ସ୍ପଷ୍ଟ ହୋଇଯିବ ବୋଲି ପ୍ରତିକ୍ରିୟା ଦେଇଛି ।