ବିଜେଡିରେ ବିଜୟଙ୍କ ପୁଅ
ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ ମହାପାତ୍ର । ବିଜେଡିକୁ ଅରବିନ୍ଦଙ୍କୁ ସ୍ୱାଗତ କରିବା ସହ ଆଶୀର୍ବାଦ ଦେଇଛନ୍ତି ନବୀନ । ଏହାସହ ତୁମ ଉପରେ ମୋର ଆଶୀର୍ବାଦ ଥିବା ନେଇ ବାପାଙ୍କୁ ଜଣାଇଦେବ ବୋଲି କହିଛନ୍ତି ନବୀନ । ଯାହାର ଉତ୍ତରରେ ଅରବିନ୍ଦ କହିଥିଲେ ନିଶ୍ଚୟ ଜଣାଇଦେବି । ଏହାସହ କେନ୍ଦ୍ରାପଡା ପାଇଁ କାମ କରିବାକୁ ପରାମର୍ଶ ଦେବା ସହ ସମସ୍ତ କର୍ମୀଙ୍କୁ ବିଜୁ ପରିବାରକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିରେ ଯୋଗ ଦେବା ପରେ ଅରବିନ୍ଦ ମହାପାତ୍ର ମଧ୍ୟ କହିଥିଲେ, ବାପାଙ୍କ ଆଶୀର୍ବାଦ ନେଇ ପାଟକୁରାବାସୀଙ୍କ ସହ ଆଲୋଚନା ପରେ ବିଜେଡିରେ ଯୋଗ ଦେଇଛି । ବିଜେଡିରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ଅରବିନ୍ଦ ।
