ବିହାରରୁ ନିର୍ବାଚନ: ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ

ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତେଜସ୍ୱୀ ଯାଦବ

ବିହାରରୁ ନିର୍ବାଚନ । ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ଏନେଇ ମହାମେଣ୍ଟ ତରଫରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । କଂଗ୍ରେସ ନେତା ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଅଶୋକ ଗେହଲଟ କହିଛନ୍ତି, ବିହାରରେ ମହାମେଣ୍ଟ ପୂରାପୂରି ଭାବେ ଏକଜୁଟ୍ ଅଛି । ଏଥିସହିତ ପୂରା ଶକ୍ତି ଲଗାଇ ନିର୍ବାଚନ ଲଢୁଛି । ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ସେ କହିଛନ୍ତି ଯେ, ସମସ୍ତଙ୍କର ରାୟ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ।ଅନ୍ୟପଟେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ବିହାରରେ ମହାମେଣ୍ଟ ସରକାର ଗଠନ କରେ  ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ସହିତ ମୁକେଶ ସହନୀ ହେବେ ଉପ-ମୁଖ୍ୟମନ୍ତ୍ରୀ । ତେବେ ଏହି ଘୋଷଣା ଏବେ ବିହାର ରାଜନୀତିକୁ ସରଗରମ କରିଛି । ଆଉ ମହାମେଣ୍ଟକୁ ଏହା ନିର୍ବାଚନରେ କେତେ ଫାଇଦା ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।