କିଏ ହେବ ବିହାର ମୁଖ୍ୟମନ୍ତ୍ରୀ?

ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା । ନିକଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସାମ୍ବିଧାନିକ ନିୟମ ଅନୁଯାୟୀ ତାଙ୍କୁ ସଦସ୍ୟ ପଦ ଛାଡ଼ିବାକୁ ପଡ଼ିବ । ଜଣେ ବ୍ୟକ୍ତି ଏକାସାଙ୍ଗରେ ରାଜ୍ୟସଭା ସାଂସଦ ଏବଂ ରାଜ୍ୟ ବିଧାନସଭା ପରିଷଦର ସଦସ୍ୟ ରହିପାରିବେ ନାହିଁ ।ନୀତିଶ କୁମାର ମାର୍ଚ୍ଚ ୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୫ ରେ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ବିଜୟ ପରେ ସେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେଉଛି ।ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବିହାରରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇପାରେ । ବିହାର ପ୍ରଥମ ଥର ପାଇଁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ପାଇବ । ବିଜେପି ନେତା ନିତିନ ନବୀନ ମଧ୍ୟ ବିଧାନସଭାରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯିବେ ।

Leave a Reply

Your email address will not be published. Required fields are marked *