ଲୁଟିଥିଲେ ଏବେ ଧରା ପଡିଲେ । ଅନଲାଇନକୁ ମାଧ୍ୟମ କରି ଲୁଟିନେଇଥିଲେ ୪୩ ଲକ୍ଷ ଟଙ୍କା । ଆଉ ପୋଲିସ ଆଖିରେ ଧୁଳି ଦେଇ ରଚିଥିଲେ ବଡ ଷଡଯନ୍ତ୍ର , ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ। ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା , ୪୩ଲକ୍ଷ ଲୁଟିଥିବା ମାମଲାରେ ୩ ଜଣଙ୍କୁ ବାନ୍ଧିଛି ପୋଲିସ । ଏକ ଇ-କମର୍ସ କମ୍ପାନୀରେ କାମ କରି ଠକେଇ କରିଥିଲେ ଅଭିଯୁକ୍ତ । କଣ୍ଟାମାଳ ଓ ବାଉଁଶୁଣି ଥାନାରେ ଅଭିଯୋଗ ପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ବୌଦ୍ଧ, ଅନୁଗୁଳ , କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଥିବା ଏକ ଇ-କମର୍ସ କମ୍ପାନୀର ବିତରଣ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ୪୩ ଲକ୍ଷ ଟଙ୍କା ଗାଏବ କରିଦେଇଥିଲେ ।
କମ୍ପାନୀ ତରଫରୁ ଏନେଇ ବାଉଁଶୁଣୀ, କଣ୍ଟାମାଳ, କିଶୋରନଗର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ଲକ୍ଷ ୫୦ ହଜାର ଟଙ୍କା, ୩ଟି ମୋବାଇଲ, ଦୁଇଟି ବାଇକ, ଗୋଟିଏ ଲାପଟପ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡର ସୁନୀଲ ପ୍ରିୟରଂଜନ ପାଲ, ଖୋର୍ଦ୍ଧାର ଆଶିଷ ରଂଜନ ପ୍ରଧାନ ଏବଂ ବାଲେଶ୍ବରର ବ୍ୟେମକେଶ ଗିରି । ତେବେ ଏହା ପଛରେ ଆଉ କେଉଁମାନେ ଥିଲେ ତାର ମଧ୍ୟ ତନାଘନା କରୁଛି ପୋଲିସ ।