ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ । ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ।ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାୟ ଏଭଳି ଏକ ସମୟରେ ଆସିଛି, ଯେତବେଳେ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଟିକେଟ୍ ପାଇ ପ୍ରଚାର କରୁଛନ୍ତି, ଆଉ ରାଜନୀତିରେ ନୂଆ ଇଂନିସ୍ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ଅନୁଭବ ବିଜେପିରୁ ଟିକେଟ୍ ନପାଇ, ରାଜନୀତିରେ ତାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଅଙ୍କ କଷୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।