ପଞ୍ଜାବ ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁ ବନ୍ଦ

ଏୟାରଷ୍ଟ୍ରାଇକ୍‌ ପରେ ବଡ଼ ଘୋଷଣା, ସବୁ ସ୍କୁଲ ଛୁଟି

ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ସୈନ୍ୟ ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ବାହାୱାଲପୁରକୁ ମଧ୍ୟ ଟାର୍ଗେଟ କରିଛି, ଯେଉଁଠାରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଆଡ୍ଡା ରହିଛି। ଏହି ଘଟଣା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରତିକ୍ରିୟା ସ୍ବରୂପ ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଦ୍ୱାରା ଘୋଷଣା କରାଯାଇଛି।Operation Sindoor ଭାରତରେ ମଧ୍ୟ ଏହି ଅଭିଯାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜମ୍ମୁ ଓ କଶ୍ମୀରର ସୀମାବର୍ତ୍ତୀ ଜିଲ୍ଲା ଯଥା ଜମ୍ମୁ, କାଠୁଆ, ରାଜୌରୀ ଏବଂ ପୁଞ୍ଚରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜସ୍ଥାନ ଏବଂ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲାଗୁଡିକର ସ୍କୁଲ ବନ୍ଦ ରହିଛି। ଶ୍ରୀନଗର ବିମାନବନ୍ଦର ସମେତ ଉତ୍ତର ଭାରତର ଅନେକ ବିମାନବନ୍ଦରରୁ ବେସାମରିକ ବିମାନ ଚଳାଚଳ ବନ୍ଦ ରହିଛି।