ଫାଇଲେରିଆ ନିରାକରଣ ପାଇଁ ବଡ଼ ଆକ୍ସନ ପ୍ଲାନ

ଘରକୁ ଯାଇ ନିଜ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ

ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ଆକ୍ସନ ପ୍ଲାନ। ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ପଦକ୍ଷେପ । ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ବଲାଙ୍ଗିର, ଗଞ୍ଜାମ, ଯାଜପୁର, ବରଗଡ଼ ଓ ଢେଙ୍କାନାଳରେ ଔଷଧ ଦିଆଯିବ । ଯେଉଁମାନେ ଔଷଧ ବାଣ୍ଟିବେ ସେମାନଙ୍କୁ ତାଲିମ ଦିଆଯାଇଛି । ଯେଉଁ ସ୍ୱାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ ଜିପିଏସ ଜରିଆରେ ଟ୍ରାକ୍‌ କରାଯିବ ।

Leave a Reply

Your email address will not be published. Required fields are marked *