ଭିଜିଲାନ୍ସ ଜାଲରେ ଭୁବନେଶ୍ବରର ଟିପିସିଓଡିଏଲ୍ ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଭୁବନେଶ୍ବରର ଟିପିସିଓଡିଏଲ୍ ନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତୁଷାରକାନ୍ତ ରାୟ । ତଲାସି ବେଳେ ଘରୁ ମିଳିଲା ସାଢେ ୯ ଲକ୍ଷ ଟଙ୍କା । ଠିକାଦାରଙ୍କଠାରୁ ରିପୋର୍ଟ ପ୍ରଦାନ ପାଇଁ ନେଉଥିଲେ ଟଙ୍କା ।ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । TPCODLର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ତାପରେ ତାଙ୍କର ୩ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ରେଡ ବେଳେ ତାଙ୍କ ଘରୁ ବାହାରିଲା ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ସହ କିଛି ସୁନା ଗହଣା ମଧ୍ୟ ଜବତ ହୋଇଛି । ଆପାର୍ଟମେଣ୍ଟର ଟ୍ରାନ୍ସଫର୍ମରକୁ ସଂଯୋଗ ଦେବା ଲାଗି ଲାଞ୍ଚ ନେଉଥିଲେ । ଠିକାଦାରଙ୍କଠାରୁ ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟ ପ୍ରଦାନ ପାଇଁ ନେଉଥିଲେ ଏହି ଟଙ୍କା ନେଉଥିଲେ ନିର୍ବାହୀ ଯନ୍ତ୍ରୀ । ସେଥିପାଇଁ ସେ ଠିକାଦାରଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ । ସେଠାରେ ପହଞ୍ଚିବା ପରେ ସେ ଠିକାଦାରଙ୍କୁ ଘର ବାହାରେ ଥିବା ଏକ ପାର୍କକୁ ନେଇ ନଗଦ ଟଙ୍କା ମାଗିଥିଲେ । ଭିଜିଲାନ୍ସ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖି ଲାଞ୍ଚ ନେବା ବେଳେ ଧରିଥିଲା ।
