ଭୁବନେଶ୍ବର ନାରୀଙ୍କ ପାଇଁ ସୁରକ୍ଷିତ

ଦେଶର ଅନ୍ୟତମ ସୁରକ୍ଷିତ ସହର ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର

ଦେଶର ଅନ୍ୟତମ ସୁରକ୍ଷିତ ସହର ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର । ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ଜାରି ହୋଇଛି ନ୍ୟାସନାଲ ଆନୁଆଲ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ଅନ ୱିମେନ ସିକ୍ୟୁରିଟି ନାରୀ ରିପୋର୍ଟ-୨୦୨୫। ୩୧ଟି ସହରର ୧୨ ହଜାର ୭୭୦ ମହିଳାଙ୍କୁ ନେଇ ଏହି ସର୍ଭେ ହୋଇଥିଲା ।ଏହି ରିପୋର୍ଟ ଅନୁଯାୟୀ ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ ଭଳି ସହରରେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି ।  ତେବେ ଭୁବନେଶ୍ୱର, ବିଶାଖାପଟ୍ଟନମ, ଇଟାନଗର, ମୁମ୍ବାଇ ଭଳି ସହରରେ ମହିଳା ନିଜକୁ ଅଧିକ ସୁରକ୍ଷିତ ମନେ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।  ସେହିପରି ସହରାଞ୍ଚଳର ପ୍ରାୟ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଥିବା ନାରୀ ରିପୋର୍ଟରେ ଦର୍ଶାଯାଇଛି ।ମାତ୍ର ୨୨ ପ୍ରତିଶତ ମହିଳା ଅସଦାଚରଣ ଭଳି ମାମଲା ସମ୍ପର୍କରେ ରିପୋର୍ଟ ଦାଖଲ କରୁଥିବା ବେଳେ ସେଥିରୁ ମାତ୍ର ୧୬ ପ୍ରତିଶତ ମାମଲାରେ କାର୍ଯ୍ୟାନୁଷ୍ଠାନ ହେଉଛି ।  ପୋଲିସ ପାଟ୍ରୋଲିଂର ଅଭାବ, ଷ୍ଟ୍ରିଟ ଲାଇଟ ଓ ସିସିଟିଭିର ଅଭାବ, ଅସୁରକ୍ଷିତ ଓ ବିପଦସଙ୍କୁଳ ପରିବହନ ବ୍ୟବସ୍ଥା ମହିଳାଙ୍କ ଅସୁରକ୍ଷାର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି ।