ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ
ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ଜମିଲା ନାଚ ଗୀତର ଆସର । ସକାଳୁ ସକାଳୁ ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ରାମ ମନ୍ଦିର ପର୍ୟ୍ୟନ୍ତ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ହୋଇଥିଲେ ପିଲାଠୁ ବୟସ୍କ । ଆସନ୍ତା ୮ତାରିଖରୁ ଭୁବନେଶ୍ୱରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଓଡ଼ିଶାକୁ ଆସୁଥିବା ପ୍ରବାସୀ ଭାରତୀୟମାନେ ବି ଏଭଳି ପଥୋତ୍ସବର ମଜା ନେଇ ପାରିବେ ।ଏହି ଉତ୍ସବରେ ବିଏମସି ପକ୍ଷରୁ ୨୦ରୁ ଅଧିକ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ପାର୍କରେ ଏଭଳି ମନୋରଞ୍ଜନ କାର୍ୟ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ପଥୋତ୍ସବ ଉଦଘାଟନୀ କାର୍ୟ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ସାମିଲ ହୋଇଥିଲେ ।