ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ସ୍ଥାନରେ ହେବ ମେଟ୍ରୋ ଷ୍ଟେସନ୍
୨୦ଟି ସ୍ଥାନରେ ହେବ ମେଟ୍ରୋ ଷ୍ଟେସନ । ମେଟ୍ରୋ ରେଳ ପ୍ରକଳ୍ପ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ । ଏଥିପାଇଁ ୨୦ଟି ପ୍ରମୁଖ ସ୍ଥାନରେ ହେବ ଷ୍ଟେସନ । ଭୁବନେଶ୍ୱର ବିମାନ ବନ୍ଦର, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିସଟ୍ରିକ୍ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଙ୍ଗ, ଫୁଲପୋଖରୀ, ତ୍ରିଶୁଳିଆ ଛକରେ ମେଟ୍ରୋ ଷ୍ଟେସନ ରହିବ । ପ୍ରକଳ୍ପ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧୦ କୋଟି ଏବଂ ୨୦୨୪-୨୫ରେ ହଜାରେ କୋଟି ଟଙ୍କା ମଂଜୁର କରାଯାଇଛି । ୨୦୨୭ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।