ପୁଣି ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହେବ

୧୬ରୁ ପୁଣି ଆରମ୍ଭ ହେବ ଭୁବନେଶ୍ବରରୁ ଝାରସୁଗୁଡ଼ା ବିମାନ ସେବା

ପୁଣି ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହେବ । ସୂଚନା ଅନୁସାରେ ଗତ ଜୁଲାଇ ୩ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ବିମାନ ସେବା ବନ୍ଦ ହୋଇଯାଇଥିଲା । ସେନେଇ ଯାତ୍ରୀମାନେ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ପୁଣି ଉଡିବ ବିମାନ ।  ଏହି ସେବା ଷ୍ଟାର ଏୟାର ଯୋଗାଇ ଦେବ ବୋଲି ଜଣାପଡ଼ିଛି । ଏନେଇ ଷ୍ଟାର୍ ଏୟାର ଜାରି କରିଛି ସମୟ ସାରଣୀ। ୭୬ ଜଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଏୟାରକ୍ରାଫ୍ଟ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସନ୍ଧ୍ୟା ୭ଟା ୨୦ ମିନିଟରେ ଉଡ଼ାନ ଭରିବ ।

ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରେ ରାତି ୮ଟା ୫ ମିନିଟରେ ପହଞ୍ଚିବ । ସେହିପରି ଭୁବନେଶ୍ଵରରୁ ରାତ୍ରି ୮ଟା ୩୦ ମିନିଟରେ ବାହାରି ଝାରସୁଗୁ ଡ଼ାରେ ରାତ୍ରି ୯ଟା ୧୫ ମିନିଟରେ ପହଞ୍ଚିବ। ଏଥିସହ ଅନ୍ୟ ଏକ ସମୟ ସାରଣୀ ମଧ୍ଯ ଜାରି କରାଯାଇଛି ଯେଉଁଥିରେ ଝାରସୁଗୁ ଡ଼ାରୁ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ବିମାନ ଉଡ଼ାନ ଭରିବା ସହ ଭୁବନେଶ୍ଵରରେ ୧୨ଟା ୩୦ ମିନିଟରେ ପହଞ୍ଚିବ ।ପୁଣି ଭୁବନେଶ୍ଵରରୁ ଅପରାହ୍ନ ଗୋଟାଏରେ ବାହାରି ଝାରସୁଗୁଡ଼ାରେ ୧ଟା ୪୫ ମିନିଟରେ ପହଞ୍ଚିବ। ଏହି ସମୟ ସାରଣୀ ଆସନ୍ତା ଅଗଷ୍ଟ ୧୬ରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଭିଜିଏଫ୍ ଚୁକ୍ତି ରଦ୍ଦ ହେବା ପରେ ଏହି ସେକ୍ଟରରେ ବିମାନ ସେବା ବନ୍ଦ ରହିଥିଲା । ବେଳେ ନିକଟରେ ରାଜ୍ୟ ସରକାର ପୁଣି ଥରେ ଚୁକ୍ତି ସ୍ବାକ୍ଷର କରିବାରୁ ଭୁବନେଶ୍ୱର–ଝାରସୁଗୁଡ଼ା ସେକ୍ଟରରେ ଉଭୟ ଏଲାୟନ୍ସ ଏୟାର ଏବଂ ଷ୍ଟାର ଏୟାର ବିମାନ ସେବା ଯୋଗାଇବେ ବୋଲି ଘୋଷଣା ହୋଇଛି ।