ଲିଙ୍ଗରାଜ ହୋଟେଲରେ ଖୋଳତାଡ କରୁଛି ପୋଲିସ

ସିମ୍ ବକ୍ସ ଆତଙ୍କୀ ଲିଙ୍କ ମାମଲା, ପୋଲିସର ଛାନଭିନ୍

ସିମ୍ ବକ୍ସ ଆତଙ୍କୀ ଲିଙ୍କ ମାମଲା । ସିମ୍ ବକ୍ସକୁ ନେଇ ପୋଲିସର ଛାନଭିନ୍ । ବାଂଲାଦେଶୀ ରହିଥିବା ଲିଙ୍ଗରାଜ ହୋଟେଲରେ ଖୋଳତାଡ କରୁଛି ପୋଲିସ । ଲକ୍ଷ୍ମୀସାଗର ସ୍ଥିତ ହୋଟେଲ ଖୋଳତାଡ କରୁଛି ପୋଲିସ । ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳକୁ ଧରି ତଦନ୍ତ କରୁଛି ପୋଲିସ । ଲିଙ୍ଗରାଜ ହୋଟେଲରେ ରହୁଥିଲା ଅସଦ୍ଦୁର । ଏହି ସିମ ବକ୍ସ ମାମଲାର ମାଷ୍ଟର ମାଇଣ୍ଡ ହେଉଛି ଅସଦ୍ଦୁର ଜମାନ । ଭୁବନେଶ୍ୱର ଆସି ରାଜୁ ମଣ୍ଟଳ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା । କେଶୁରାରେ ଭବା ଘରେ ରହି ସିମ ବକ୍ସ ରାକେଟ ଚଳାଉଥିଲା । ଗତକାଲି କଟକରୁ ମଧ୍ୟ ମିଳିଛି ସିମ ବକ୍ସ ।

ସିମ ବକ୍ସକୁ ଜିଏସଏମ ଗେଟୱେ ବୋଲି ମଧ୍ୟ କୁହାଯାଏ। ବକ୍ସରେ ବହୁ ପରିମାଣର ସିମ୍ କାର୍ଡ ରହିଥାଏ । ଏଥିରେ ଅଲଗା ଅଲଗା ନେଟୱର୍କ ଅପରେଟରଙ୍କ କାର୍ଡ ରହିଥାଏ । ସେଥିପାଇଁ ବିଭିନ୍ନ ଲୋକେସନ ଓ ନେଟୱର୍କରେ ଏହା କାର୍ୟ୍ୟ କରିପାରେ । ପ୍ରିପେଡ୍ ସିମ୍ କାର୍ଡ ଜରିଆରେ ଏସଏମଏସ୍ ମେସେଜକୁ ପଠାଯାଇଥାଏ । ଗୋଟିଏ ସିମ୍ ବକ୍ସ ଭିତରେ ୫ ଶହ ପର୍ୟ୍ୟନ୍ତ ସିମ୍ କାର୍ଡ ରହିପାରେ । ସିମ୍ ବକ୍ସରେ ଥିବା ସିମ୍ କାର୍ଡରୁ କଲ୍ ଗଲେ, କେଉଁଠୁ କଲ ଆସୁଛି ଜଣାପଡ଼େ ନାହିଁ । ଜଣେ ଭୁବନେଶ୍ୱରରେ ରହି କଲ୍ କରିପାରେ, ହେଲେ ଆପଣଙ୍କ ପାଖରେ ଲୋକେସନ ଅନ୍ୟ କେଉଁ ସହର ଦେଖାଇପାରେ । ଏପରିକି ଅନ୍ତର୍ଜାତୀୟ କଲକୁ ମଧ୍ୟ ସ୍ଥାନୀୟ କଲ୍ ହିସାବରେ ଦେଖାଇଥାଏ । ସାଇବର ଲୁଟେରାମାନେ ଏହି ସିମ ବକ୍ସର ବ୍ୟବହାର କରିଥାନ୍ତି । କାରଣ ଏଥିରେ କଲ୍ କଲେ ସେମାନଙ୍କ ପ୍ରକୃତ ଠିକଣା ଜଣା ପଡ଼େ ନାହିଁ । ସେହିପରି ଏକାଥରେ ବହୁ ନମ୍ବରକୁ ଏସଏମଏସ୍ ପଠାଯାଇପାରେ । ଆଉ ସାଧାରଣ ଲୋକଙ୍କୁ ଠିକବାରେ ସଫଳ ହୋଇଯାଆନ୍ତି ସାଇବର ଠକ । ସିମ୍ ବକ୍ସ ଯୋଗୁଁ ଟେଲିକମ୍ କମ୍ପାନୀମାନେ ବି କ୍ଷତି ସହିଥାନ୍ତି । ୨୦୨୨ରେ ଟେଲିକମ୍ କମ୍ପାନୀମାନେ ପ୍ରାୟ ୨୫ ହଜାର କୋଟିର କ୍ଷତି ସହିଥିଲେ ସିମ୍ ବକ୍ସ ପାଇଁ ।
ଏହା ଜରିଆରେ ସେମାନେ ଭିନ୍ନ ଭିନ୍ନ ଲୋକଙ୍କୁ କଲ୍ କରି ଠକିଥାନ୍ତି । ଆତଙ୍କବାଦୀ, ଡ୍ରଗ୍ସ ମାଫିଆ ବି ସିମ୍ ବକ୍ସ ବ୍ୟବହାର କରିଥାନ୍ତି ।

Leave a Reply

Your email address will not be published. Required fields are marked *