ବିଜେଡି ପକ୍ଷରୁ ଭୁବନେଶ୍ବରରେ ହରତାଳ ଡାକରା ପ୍ରତ୍ୟାହୃତ

ଆନ୍ଦୋଳନ ପ୍ରତ୍ୟାହାର କଲା BJD

ପ୍ରତ୍ୟାହୃତ ହେଲା ବିଜେଡି ପକ୍ଷରୁ ଭୁବନେଶ୍ବରରେ ମଙ୍ଗଳବାର ହରତାଳ ଡାକରା । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ସୂଚନା ଦେଲା ବିଜେଡି । ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ପ୍ରତ୍ୟାହୃତ ହୋଇଥିବା ନେଇ ଦଳ ସୂଚନା ଦେଇଛି । ଭରତପୁର ଘଟଣାକୁ ନେଇ ହରତାଳ ଡାକରା ଦେଇଥିଲା ବିଜେଡି । ଏପଟେ ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଚିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।