ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା । ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ । ତେବେ ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ ବକ୍ସିପାତ୍ର। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ । ୨୦୧୯ରେ ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ନିର୍ବାଚନ ସମୟରେ ସେ ଦଳର ସକ୍ରିୟ ଭୂମିକାରେ ନଥିଲେ।ସେହିପରି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ସାମିଲ ହେଇଛନ୍ତି । ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଏହି ଆସନରୁ ବିଜେଡି ଏବେ କାହାକୁ ଟିକେଟ୍ ଦେଉଛି ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା । ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢି ସାଲେପୁର ବିଧାୟକ ହେଇଥିଲେ ପ୍ରକାଶ ବେହେରା । ହେଲେ ଏହାପରେ ୨୦୧୯ ବେଳକୁ ସେ ବିଜେପିରେ ସାମିଲ ହେଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ପ୍ରକାଶଙ୍କୁ ସାଲେପୁରରୁ ଟିକେଟ୍ ଦେଇଥିଲା। କିନ୍ତୁ ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ପାଖାପାଖି ୩୦ ହଜାରରୁ ଅଧିକ ଭୋଟରେ ସେ ପରାସ୍ତ ହେଇଥିଲେ ।