୧୯ ତାରିଖରେ ସ୍ପଟ ଭିଜିଟ କରିବେ କମିଶନ
ଭରତପୁର ମାମଲାରେ ସ୍ପଟ୍ ଭିଜିଟ୍ କରିବେ ତଦନ୍ତ କମିଶନ । ଆସନ୍ତା ୧୯ ତାରିଖରେ ତଦନ୍ତ କମିଶନ ଘଟଣାସ୍ଥଳକୁ ଯିବେ । ଭରତପୁର ଥାନା ଯିବା ସହ ମେଜର ଓ ବନ୍ଧାବୀଙ୍କ ସହ ଯେଉଁ ସ୍ଥାନରେ ଛାତ୍ରମାନେ ଗଣ୍ଡଗୋଳ କରିଥିଲେ ସେହି ସ୍ଥାନକୁ ଯାଇ ତଦନ୍ତ କରିବେ କମିଶନ । ଆଜି ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଯାଇଛି । ଉଭୟ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ଅବଗତ କରାଇଛନ୍ତି କମିଶନ । ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ମାମଲାରେ ଆଜି ପ୍ରଥମ ସାକ୍ଷ୍ୟ ଗ୍ରହଣ କରାଯାଇଛି । ମେଜର ଓ ବାନ୍ଧବୀ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ହାଜର ହୋଇଥିଲେ । ସେହିଭଳି ଗଣ୍ଡଗୋଳ କରିଥିବା ଯୁବକଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ । ମାମଲାରେ କମିଶନଙ୍କ ନିକଟରେ ୫୦୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଛି ।
