୨୪ରେ BJDର ଭୁବନେଶ୍ବର ବନ୍ଦ ଡାକରା
ଭରତପୁର ଥାନା ନିର୍ଯାତନା ପ୍ରତିବାଦରେ ବନ୍ଦ ଡାକରା। ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ସକାଳ ୬ଟାରୁ ଭୁବନେଶ୍ବର ବନ୍ଦ ପାଳନ କରିବ ବିଜେଡି। ଦଳ ଅଭିଯୋଗ କରିଛି, ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି। ଜବାବରେ ବିଜେପି କହିଛି, ବିଗତ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି କଣ ଥିଲା ଲୋକ ଜାଣନ୍ତି। କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ। ଏବେ ତିଳକୁ ତାଳ କରୁଛି ବିଜେଡି।