ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ

ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO

ଭୁବନେଶ୍ବର ଭରତପୁର ମାମଲାକୁ ନେଇ ଚର୍ଚ୍ଚାରେ ଥିବା ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି। ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ୍ ରୋମିଓଙ୍କ ଦ୍ବାରା ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ। ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ଭରତପୁର ପୋଲିସ ମଧ୍ୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ବିବାଦ ଲାଗିରହିଛି। 

ଏପଟେ ଭରତପୁର କାଣ୍ଡର ନା କେହି ନିରପେକ୍ଷ ସାକ୍ଷୀ ଅଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ । ତେବେ ଅଭିଯୋଗ-ପ୍ରତି ଅଭିଯୋଗରେ ସୀମିତ ଏହି ଅଘଟଣର କେମିତି ହେବ ତଦନ୍ତ ? ପୀଡ଼ିତାଙ୍କ ଚରିତ୍ରକୁ ସଂହାର କଲା ଭଳି କିଛି ଭିଡ଼ିଓ ଯାହା ଭାଇରାଲ୍ ହେଉଥିବା ବେଳେ ଶନିବାର ରାତିରେ ଥାନାରେ ଯାହା ଘଟିଲା, ତାହା ସାମ୍ନାକୁ ଆସିନି । ଏଭଳି ସ୍ଥିତିରେ କିଏ ହେବ ଦୋଷୀ ? ଅଭିଯୋଗ ଓ ପ୍ରତି ଅଭିଯୋଗର ପ୍ରମାଣ ପାଇଁ ସାଇଣ୍ଟିଫିକ୍ ତଦନ୍ତ ହେବ କି ଶେଷ ଭରସା ? ସେନେଇ ନାନା ପ୍ରଶ୍ନ ଭିତରେ କୋର୍ଟଙ୍କ ବିଚାର ହିଁ ସର୍ବମାନ୍ୟ ବୋଲି ମତ ରଖିଛନ୍ତି ଆଇନଜୀବୀ ।

Leave a Reply

Your email address will not be published. Required fields are marked *