ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଆଜିଠୁ ରାଜ୍ୟରେ ଗଡ଼ିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ହେବ ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୨ଟା ୪୫ ମିନିଟରେ ଭର୍ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବାକୁ ଥିବା ବେଳେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଆଜି ସମଗ୍ର ଦେଶରେ ମୋଟ ୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ପୁରୀରୁ ରାଉରକେଲା ଦୂରତାକୁ ଏହି ଟ୍ରେନ ୮ ଘଂଟାରୁ କମ୍ ସମୟ ଭିତରେ ।
ସୂଚନା ଅନୁସାରେ ପୁରୀରୁ ସକାଳ ୫ଟା ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଂଚିବ । ସେହିପରି ରାଉରକେଲାରୁ ଦିନ ୨ଟା ୧୦ ମିନିଟରେ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଂଚିବ । ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡ଼ା ଷ୍ଟେସନରେ ରହିବ । ଏହି ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ତେବେ ଏହାକୁ ନେଇ ଯାତ୍ରୀମାନେ ବେସ ଖୁସିଥିବା ଦେଖିବାକୁ ମିଳିଛି ।
