ମହଙ୍ଗାରେ ମଦ ବିକି ଗଣିଲେ ୨୦ଲକ୍ଷ !
ମହଙ୍ଗା ଦରରେ ମଦବିକି ହଟହଟା ହେଲେ ଦୋକାନୀ , ଗଣିଲେ ୨୦ଲକ୍ଷ ଫାଇନ୍ କରିବା। ବିଅର ବୋତଲ ପିଛା ଅଧିକ 10 ଟଙ୍କା ନେବା ପଡ଼ିଲା ମହଙ୍ଗା । ଅଧିକ 10ଟଙ୍କା ନେଇ ଫସିଲେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ଥାନା ରାମଦାସପୁରରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନରେ । ଏହି ଦୋକାନକୁ ସିଲ୍ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ। କିଛି ଦିନ ପୂର୍ବରୁ ଜଣେ ଗ୍ରାହକକୁ ଗୋଟିଏ ବିୟର 10 ଟଙ୍କା ଅଧିକ ଦରରେ ବିକ୍ରୀ କରିଥିଲା ଏହି ଦୋକାନ।
ଏ ନେଇ ଗ୍ରାହକ ଜଣକ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଖାଉଟି ଅଦାଲତ ଉକ୍ତ ଦୋକାନକୁ 20 ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଖବର ମିଳିବା ପରେ ଉକ୍ତ ଦୋକାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବର୍ତ୍ତମାନ ତାକୁ ସିଲ୍ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଏସପି ଦେବାଶିଷ ପଟେଲ।ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏହା ସହ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ ।