ଶୀତଦିନେ ଅଟା ନୁହେଁ ଖାଆନ୍ତୁ ବାଜରା
ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତ ଦିନେ କେବଳ ପୋଷାକ ପରିବର୍ତ୍ତନ ହୁଏ ନାହିଁ ବରଂ ଖାଦ୍ୟ ଏବଂ ପାନୀୟ ମଧ୍ୟ ବଦଳିଯାଏ। ଶୀତଦିନେ ବାଜରା ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ। ଶୀତଦିନେ ଦେହକୁ ଗରମ ରଖେ ବାଜରା ଖେଚେଡି। ବାଜରା ରୁଟି ମଧ୍ୟ ବହୁତ ଉପକାରୀ । ବାଜରା ରୁଟି ଖାଇଲେ ପ୍ରଚୁର ପ୍ରୋଟିନ୍ ଏବଂ କମ୍ କାର୍ବୋହାଇଡ୍ରେଟ୍ ଥାଏ। ଏଥିରେ ସାମାନ୍ୟ ଅଧିକ କ୍ୟାଲୋରୀ ଥିଲେ ମଧ୍ୟ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ହେତୁ ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ। ଏଥିରୁ ଅନେକ ଉପକାର ମିଳିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା।
ଓଜନ ହ୍ରାସ କରେ:
ବାଜରା ଜଟିଳ କାର୍ବସ୍ରେ ସୃଷ୍ଟି, ଯାହାକୁ ଶରୀର ଧୀରେ ଧୀରେ ଅବଶୋଷିତ କରେ। ଏହାକୁ କମ ଖାଇଲେ ଅଧିକ ଖାଇବା ଭଳି ଲାଗେ। ଫଳନ ଓଜନ ବୃଦ୍ଧି ହେବାର ଆଶଙ୍କା କମିଯାଏ। ବାଜରାରେ ଫାଇବର ଏକ ପ୍ରିବାୟୋଟିକ୍ ଭାବରେ କାମ କରେ। ଯାହା ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଏହା ମଧ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ। ଶୀତଦିନେ ଅଧିକାଂଶଙ୍କ କ୍ଷେତ୍ରରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ବାଜରା ରୁଟି ଖାଇବା ଦ୍ୱାରା ଏହା ହ୍ରାସ ପାଏ।
ହାର୍ଟ ପାଇଁ ଲାଭ:
ଶୀତର ପ୍ରଭାବ ମଧ୍ୟ ହୃଦୟ ଉପରେ ପଡିଥାଏ। ହୃଦରୋଗୀଙ୍କ ପାଇଁ ଏହର ଚିନ୍ତାର କାରଣ ହୋଇଥାଏ। ବାଜରା ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ, ତେଣୁ ହୃଦ୍ରୋଗୀଙ୍କ ପାଇଁ ବାଜରା ରୁଟିକୁ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ। ମ୍ୟାଗ୍ନେସିୟମ୍ ବିପି ଏବଂ ଡାଇବେଟିସ୍ ପରି ହୃଦରୋଗର ବିପଦ କାରକକୁ ରୋକିବାରେ ସକ୍ଷମ। ବିଭିନ୍ନ ଅଧ୍ୟୟନ LDL କୋଲେଷ୍ଟ୍ରଲ ହ୍ରାସ କରିବାରେ ମ୍ୟାଗ୍ନେସିୟମର ଉପକାରୀ ପ୍ରଭାବକୁ ମଧ୍ୟ ସୂଚିତ କରେ ଏବଂ ଏହା ଷ୍ଟ୍ରୋକରୁ ମଧ୍ୟ ରକ୍ଷା କରିଥାଏ।
ସେହିପରି ବାଜରା ଖେଚେଡି ଦେହକୁ ଭିତରୁ ଗରମ ରଖେ । ଏହା ଖାଲି ସ୍ୱାସ୍ଥ୍ୟକର ନୁହେଁ ଏହା ମଧ୍ୟ ବହୁ ସୁସ୍ୱାଦୁ। ଯଦି ଆପଣ ଚାହାଁନ୍ତି, ସକାଳେ ମଧ୍ୟ ଅଳ୍ପ ଖାଇ ଘରୁ ବାହାରକୁ ଗଲେ ମଧ୍ୟ ଆପଣ ଦିନସାରା ଭୋକିଲା ଅନୁଭବ କରିବେ ନାହିଁ। ତେବେ ଆସନ୍ତୁ ଜାଣିବା ବାଜରା ଖେଚେଡି ତିଆରି କରିବାକୁ କ’ଣ ଦରକାର ଓ ଏହାକୁ କିପରି ପ୍ରସ୍ତୁତ କରିବେ।
ସାମଗ୍ରୀ:
ବାଜରା – ୨ କପ୍
ବାଦାମ ମଞ୍ଜି – ଗୋଟିଏ କପ୍
ଗରମ ମସଲା – ୧ ଚାମଚ
ଧନିଆ ପାଉଡର – ୧/୨ ଚାମଚ
ହଳଦୀ ପାଉଡର – ଅଧା ଚାମଚ
ଜିରା – ଅଧା ଚାମଚ
ନାଲି ଲଙ୍କା ପାଉଡର – ୧ ଚାମଚ
ହେଙ୍ଗୁ – ଗୋଟିଏ ଚାମଚ
ଘିଅ – ଏକ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରସ୍ତୁତ ପ୍ରଣାଳି:
ଏକ ପାତ୍ରରେ ବାଜରା ନେଇ ପାଣିରେ ଭଲ ଭାବରେ ସଫା କରନ୍ତୁ
ଏହାକୁ କିଛି ସମୟ ପରିଷ୍କାର ପାଣିରେ ଭିଜାଇ ରଖନ୍ତୁ
ବର୍ତ୍ତମାନ ବାଜରାରୁ ପାଣି ବାହାର କରି ଏହାକୁ କୁଟି ଦିଅନ୍ତୁ ଏବଂ ଭୁସି ବାହାର କରିଦିଅନ୍ତୁ
ବର୍ତ୍ତମାନ କୁକରରେ ପାଣି ନେଇ ଏଥିରେ ବାଜରା ଗୁଣ୍ଡ ପକାନ୍ତୁ
କିଛି ଲୁଣ ଏବଂ ହଳଦୀ ପାଉଡର ପକାନ୍ତୁ
କୁକରରେ ଢାଙ୍କୁଣୀ ଦେଇ ସିଝାନ୍ତୁ
୪ରୁ ୫ଟି ସିଟି ମାରିବା ପର୍ଯ୍ୟନ୍ତ ରଖନ୍ତୁ
ଢାଙ୍କୁଣୀ ଖୋଲି ଦେଖନ୍ତୁ ବାଜରା ନରମ ହୋଇଯାଇଥିବ
ଏବେ ଏକ ପ୍ୟାନକୁ ନିଆଁରେ ବସାଇ ଘିଅ ପକାନ୍ତୁ
ଏଥିରେ ହେଙ୍ଗୁ, ଜିରା, ବାଦାମ ପକେଇ ଭାଜନ୍ତୁ
ଏବେ ଧନିଆ ପାଉଡର, ଗରମ ମସଲା, ଚିଲି ପାଉଡର ପକାଇ ୧ ମିନିଟ୍ ପାଇଁ ଭାଜନ୍ତୁ
ବର୍ତ୍ତମାନ ଏଥିରେ ରନ୍ଧା ହୋଇଥିବା ବାଜରା ପକେଇ ଭଲ ଭାବରେ ଘାଣ୍ଟନ୍ତୁ
ଯଦି ଆପଣ ଚାହାଁନ୍ତି, ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ଟମାଟୋ ଏବଂ ଗ୍ରୀନ୍ ମଟର ମଧ୍ୟ ପକାଇ ପାରିବେ
ଏବେ ସୁସ୍ୱାଦୁ, ପୁଷ୍ଟିକର ଗରମ ଗରମ ବାଜରା ଖେଚେଡି ପ୍ରସ୍ତୁତ
ଆପଣ ଏହାକୁ ଆଚାର, ଦହି, ଆଳୁ ଭର୍ତା ଇତ୍ୟାଦି ସହିତ ମଧ୍ୟ ଖାଇ ପାରିବେ
ବାଜରା ଦେହ ପାଇଁ ସ୍ୱାସ୍ଥ୍ୟକର ବେଶ ଉପକାରୀ ମଧ୍ୟ । କିନ୍ତୁ ଶୀତଦିନେ ଏହାକୁ ଖାଇଲେ ବେଶି ଲାଭବାନ । ବାଜରା ଖାଇବା ଦ୍ୱାରା ବଡି ଗରମ ରୁହେ, ଓଜନ ହ୍ରାସ ପାଏ, ହାର୍ଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।