ଏପ୍ରିଲ ୨୦ ସୁଦ୍ଧା  ନୂଆ ରାସନକାର୍ଡ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ହିତାଧିକାରୀ ପାଇବେ ନୂଆ ରାସନକାର୍ଡ

ହିତାଧିକାରୀ ପାଇବେ ନୂଆ ରାସନକାର୍ଡ । ଇ-କେୱାଇସି ଅପଡେଟ ପରେ ନୂଆ ହିତାଧିକାରୀଙ୍କୁ ରଙ୍ଗୀନ ରାସନକାର୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜିଲ୍ଲା, ବ୍ଲକସ୍ତରରେ ହିତାଧିକାରୀଙ୍କୁ ନୂ୍ଆ କାର୍ଡ ବଣ୍ଟନ କରାଯିବ । ନୂଆ ସରକାରରେ ନୂଆ ରୂପରେ ଆସିବ ରାସନକାର୍ଡ । ରଙ୍ଗ ବଦଳିବ, ଢଙ୍ଗ ବି ବଦଳିବ । ଲାମିନେସନ ସହ ରଙ୍ଗିନ ରାସନକାର୍ଡ ପାଇବେ ହିତାଧିକାରୀ । ଏପ୍ରିଲ ୨୦ ସୁଦ୍ଧା  ନୂଆ ରାସନକାର୍ଡ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦୁଇ ପାଦ ଆଗକୁ ଯାଇ ମନ୍ତ୍ରୀ କହିଛନ୍ତି, ବିଜେଡି ଅମଳରେ ବାଦ୍ ପଡ଼ିଥିବା ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ନୂଆ ତାଲିକାରେ ସାମିଲ କରାଯାଇଛି । ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ୍‌ କରିନାହାନ୍ତି। ତେଣୁ ସର୍ଭେ ସରିବା ଭିତରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ମିଳିବା ନେଇ ମନ୍ତ୍ରୀ ଆଶ୍ବସ୍ତ କରିଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏବେ ବି ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିନି ସରକାରୀ ବ୍ୟବସ୍ଥା। ଯେଉଁଥିପାଇଁ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ଲୋକ।