ଆଉ ଦୁଇ ମାସ ଲାଗିବ ରତ୍ନଭଣ୍ଡାର ମରାମତି

ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତି ମଣିତି

ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତି ମଣିତି । ମରାମତିରେ ମଧ୍ୟ ବିଳମ୍ବ ହେଉଛି । ମରାମତି କାମ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି । ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପୁରା ଆକଳନ ଏ ପର୍ୟ୍ୟନ୍ତ ହୋଇପାରିନି । ମରାମତି ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ । ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେହିପରି ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି । ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି । ଏଏସଆଇର ସହମତିରେ କାମ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।