ମହିଳାଙ୍କୁ ପିଟିପିଟି ହତ୍ୟା !

ଗୋଷାଣୀ ନୂଆଗାଁରେ ଚାଞ୍ଚଲ୍ୟ, ମହିଳାଙ୍କୁ ପିଟିପିଟି ମାରିଲା ଡ୍ରାଇଭର !

ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବ୍ରହ୍ମପୁର – ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ନୀଳକଣ୍ଠ ନଗରରେ । ଏହି ଅଞ୍ଚଳର ଶିଶୁ ସୁରକ୍ଷା କମିଟିର ସଦସ୍ୟ ସୌଦାମିନୀ ରଥଙ୍କୁ କେହି ଜଣେ ଦୁବୃର୍ତ୍ତ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୌଦାମିନୀ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁବୃର୍ତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି ।

ଘରେ ଏକୁଟିଆ ଥିବା ସୌଦାମିନୀ ମୋବାଇଲରେ କଥା ହେଉଥିବା ସମୟରେ ଦୁବୃର୍ତ୍ତ ଜଣଙ୍କ ତାଙ୍କୁ ପଛ ପଟରୁ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳଛି । ତେବେ ଖବର ପାଇ ଘଟଣା ସ୍ଥଳରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡରେ ସୌଦାମିନୀଙ୍କ ନିଜ ଡ୍ରାଇଭରର ସମ୍ପୃକ୍ତି ଥିବା ସନ୍ଦେହ ହୋଇଛି। ବର୍ତ୍ତମାନ ପୁଲିସ ଡ୍ରାଇଭର ସୀମାଞ୍ଚଳ ସାହୁକୁ କବଜା ରେ ରଖି ପଚରା ଉଚରା କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।