ସାବଧାନ ପୋକ ମାତିଛି !

କେନ୍ଦୁଝରରେ ସ୍କବ ଟାଇଫସରେ ୩୩୪ ଜଣ ପଜିଟିଭ୍‌ !

ସାବଧାନ ପୋକ ମାତିଛି ! ସୁନ୍ଦରଗଡ ପରେ ଏବେ କେନ୍ଦୁଝରରେ ବ୍ୟାପୁଛି ସ୍କବ ଟାଇଫସ ରୋଗ । ଯାହା ଏବେ ସଭିଙ୍କ ଚିନ୍ତା ବଢାଇଛି । ସୁନ୍ଦରଗଡରୁ ୧୩୨ ପଜିଟିଭ ଚିହ୍ନଟ ସହ ଜଣଙ୍କର ମୃତ୍ୟୁ ଓ ବରଗଡରୁ ୫ଜଣଙ୍କ ମୃତ୍ୟୁ ଏବେ ଆତଙ୍କ ଖେଳାଇଛି । ତେବେ ଏହି ସବୁକୁ ପଛରେ ପକାଇଛି କେନ୍ଦୁଝର । ତେବେ କେନ୍ଦୁଝରରୁ ୮୮୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୩୩୪ ଜଣଙ୍କର ପଜିଟିଭ୍‌ ଆସିଥିବା କେନ୍ଦୁଝର  ସିଡିଏମଓ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲରେ ୧୫ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଯୋଡ଼ା, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଗତକାଲି ସ୍କ୍ରବ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ । ତେବେ କେନ୍ଦୁଝରରୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଏବେ ଆହୁରି ଚିନ୍ତା ବଢାଇଛି ।