‘ଭାରତ କା ଅମୃତ କଲସ’ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବର୍ଣ୍ଣାଳୀ ହୋତା

ତୃତୀୟ ସ୍ଥାନରେ ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା।

ରିଆଲିଟି ସୋ ‘ଭାରତ କା ଅମୃତ କଲସ’ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବର୍ଣ୍ଣାଳୀ ହୋତା। ଡିଡି ନ୍ୟାସନାଲରେ ପ୍ରସାରିତ ରିଆଲିଟି ସୋ ‘ଭାରତ କା ଅମୃତ କଲସ’ର ଫାଇନାଲରେ ପ୍ରବେଶ କରିଥିଲେ ଓଡିଆ ଗାୟକ ବର୍ଣ୍ଣାଳୀ ହୋତା। ଶେଷ ରାଉଣ୍ଡରେ ସେ “କୋଠ ଭୋଗଖିଆ ମୋ ଚକାଆଖିଆ, ଉଠହେ ପହଡ଼ ଭାଙ୍ଗି” ଗୀତ ଗାଇଥିଲେ। ପ୍ରଥମ ଥର ପାଇଁ ଭାରତରେ ଏଭଳି ଏକ ରିଆଲିଟି ସୋ’ ଆସିଥିଲା ଯାହା ଲୋକଗୀତକୁ ପ୍ରାଧାନ୍ୟ ଦେଇଥିଲା। ବିଭିନ୍ନ ରାଜ୍ୟର ଲୋକଗୀତକୁ ନିଜ ଶୈଳୀରେ ଗାଉଥିବା ଗାୟକ ଭାଗ ନେଇଥିଲେ।  ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ଏହି ସୋରେ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ ବର୍ଣାଳୀ ହୋତା। ଏବଂ ତୃତୀୟ ସ୍ଥାନରେ ରହି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ନିଜ ଶୈଳୀରେ ଓଡ଼ିଶାର କାଳଜୟୀ ଲୋକ ସଙ୍ଗୀତ ଏବଂ ଭଜନ ଗାଇ ଭାରତରେ ଅଗଣିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ।