ବରଗଡ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲ

ବରଗଡ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲ। ଏକବର୍ଷ ମଧ୍ୟରେ ୧୨କୋଟି ୮୦ଲକ୍ଷ ଟଙ୍କାରେ ଧନୁଯାତ୍ରାର ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ସେହିପରି ଧନୁଯାତ୍ରାରେ ଯମୁନା ପାଲଟୁଥିବା ଜିରା ନଦୀ ଉପରେ ୮୦କୋଟି ଟଙ୍କା ବ୍ୟୟ ଅଟକଳରେ ଆନିକଟ ନିର୍ମାଣ, ୩୦କୋଟି ଟଙ୍କା ବ୍ୟୟ ଅଟକଳରେ ମଥୁରାନଗରୀ କେନାଲର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଧନୁଯାତ୍ରାର ସ୍ମରଣିକା ‘ଧନୁଷ୍ପ୍ରଭା’ ଉନ୍ମୋଚନ ସହିତ ଗତ ମାଟ୍ରିକ ପରୀକ୍ଷାରେ ଜିଲାରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିବା ଛାତ୍ରୀଛାତ୍ର ଏବଂ ଏପର୍ଯ୍ୟନ୍ତ ଚଳିତ ଧନୁଯାତ୍ରାରେ ଅଭିନୟ ସାରିଥିବା କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।